ପ୍ରତୀକ୍ଷା କୁ ମିଳିଲା ଜାତୀୟ ପୁରସ୍କାର । ଦମନ କୁ କେବେ ମିଳିବ ପୁରସ୍କାର ?

Surya Filmy:- 69 ତମ 2021 ବର୍ଷ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୁଷଣା କରାଯାଇଛି। ଏଥିରେ ଓଡ଼ିଆ ଫିଲ୍ମ୍ ପ୍ରତୀକ୍ଷା କୁ ସବୁଠୁ ଭଲ ଓଡ଼ିଆ ସିନେମା ନାରେ ମିଳିଛି। ଏଇ ଫିଲ୍ମ୍ ଓଡ଼ିଶାର ସିନେମା ହଲରେ 2022 ରେ ରିଲିଜ୍ ହେଇଥିବା ବେଳେ କିନ୍ତୁ ୟାର ସେନ୍ସର୍ ବୋର୍ଡ certificate 2021 ରେ ହେଇଥିଲା। କିନ୍ତୁ କିଛି ଲୋକ କିଛି ନା ଜାଣି ୟା ଉପରେ ମନ୍ଥବ୍ୟ ଦେଉଛନ୍ତି କି ଦମନ କୁ କାହିଁକି ମିଳିଲା ନାହିଁ କିଛି ପୁରସ୍କାର।
        
                 ଦମନ ଆଉ ପ୍ରତୀକ୍ଷା ଗୋଟେ ବର୍ଷ 2022 ରେ ସିନେମା ହଲ କୁ ଆସିଥିଲେ ଜଉଥି ପାଇଁ ଦର୍ଶକ କହୁଛନ୍ତି ପ୍ରତୀକ୍ଷା ଆଗରୁ ଦମନ ଆସିଥିଲା କିନ୍ତୁ ତାକୁ କାହିଁକି କିଛି ପୁରସ୍କାର ମିଳିଲା ନାହିଁ।ସେମାନେ ଜାଣିନାହାନ୍ତି କି ଜଉ ବର୍ଷ ଗୋଟେ ଫିଲ୍ମ୍ ର ସେନ୍ସର ବୋର୍ଡ ପାସ୍ କରାଯାଇଥାଏ ସେଇ ବର୍ଷ ସେଇ ଫିଲ୍ମ୍ ର ରିଲିଜ୍ ବର୍ଷ ବୋଲି ସରକାରୀ ରେକର୍ଡ ରେ ରହିଥାଏ। ଆଉ ପ୍ରତୀକ୍ଷା 2021 ରେ ଆଉ ଦମନ 2022 ରେ ସେନସର୍ ବୋର୍ଡ ହେଇଥିଲା। ଯଉଥି ପାଇଁ ଦମନ କୁ ଏଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରେ କିଛିବି ମିଳିଲା ନାହିଁ।

         କିନ୍ତୁ 2024 ମସିଆରେ ଦମନ କୁ ନିଶ୍ଚିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ରେ କିଛି ନା କିଛି ମିଳିବ ଏଇଟା ସମସ୍ତେ ଜାଣିଛନ୍ତି କାହିଁକି ଏଇ ଫିଲ୍ମ୍ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଜାତୀୟ ସ୍ତର ରେ ପରିଚୟ ସୃଷ୍ଟି କରିଥିଲା। ସେଇପରି ତେଲୁଗୁ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଅଲ୍ଲୁ ଅର୍ଜୁନ ଙ୍କୁ ପୁଷ୍ପା ଫିଲ୍ମ୍ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ମିମି, ଗଙ୍ଗୁବାଇ କଥିଆୱାଡ଼ି ପାଇଁ ଆଲିଆ ଭଟ୍ଟ ଆଉ କ୍ରିତି ସାନନ କୁ ଶ୍ରେଷ୍ଟ ଅଭିନେତ୍ରୀ ଭାବରେ ବିବେଚିତ କରାଯାଇଛି।

Comments