ଏଥର ଦଶହରା କୁ ଆସିବାକୁ ଯାଉଛି 4ଟି ସୁପର ଷ୍ଟାର ଙ୍କ ଫିଲ୍ମ୍। ଅନୁଭବ ମହାନ୍ତି,ବାବୁଶାନ୍ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରାୟ।
Surya Filmy:- ଦୀର୍ଘ ତିନି ବର୍ଷ ପରେ ଏଥର ଦଶହରା ରେ ଆସିବାକୁ ଯାଉଛନ୍ତି ଓଲିଉଡ଼ ର 4ଟି ସୁପର ଷ୍ଟାର ଙ୍କ ଫିଲ୍ମ୍। ଆଉ ଏହି 4ଟି ଫିଲ୍ମ୍ ଆକ୍ସନ pack ଫିଲ୍ମ ହବାକୁ ଯାଉଛ। କିନ୍ତୁ ଏହି 4ଟି ଫିଲ୍ମ୍ ବିଗ ବଜେଟ ହେଇଥିବାରୁ ଏକା ସାଙ୍ଗରେ ଆସିବା ଫିଲ୍ମ୍ ର ବିଜନେସ ଉପରେ ପ୍ରଭାବ ପକେଇ। କାରଣ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପାଖରେ ମାତ୍ର 80 ଟି ହଲ ଅଛି ସେଥିରେ 4ଟି ବଡ଼ ଫିଲ୍ମ୍ ଆସିବ ଆଉ ସଫଳତା ପାଇବା କଷ୍ଟ କର କାମ।
ପ୍ରଥମେ ଆମେ କଥା ହବା ବାବୁଶାନ୍ ମହାନ୍ତି ଙ୍କ ଫିଲ୍ମ୍ "ମାଲ୍ୟ ଗିରି" ବିଷୟରେ । ବାବୁଶାନ୍ ମହାନ୍ତି ଙ୍କ ଜନ୍ମ ଦିନରେ ଏହି ଫିଲ୍ମ୍ ର ଗୋଟେ ଝଲକ ମୁକ୍ତିଲାଭ କରିଥିଲା। ଆଉ ଏହି ଝଲକ କୁ ଓଡ଼ିଶା ଆଉ ଓଡ଼ିଶା ବାହାରେ ରହୁଥିବା ଦର୍ଶକ ବହୁତ୍ ଭଲ ପାଇବା ଦେଇଥିଲେ।ଯାହା ଫଳରେ ଏହାର ପ୍ରଥମ ଝଲକ ୟୁଟ୍ୟୁବରେ ଟ୍ରେଡିଙ୍ଗ ଲିଷ୍ଟ ରେ ଆସିଥିଲା। ଏହାର ଝଲକ ଆପଣଙ୍କୁ ସାଉଥ୍ ଫିଲ୍ମ୍ ର ମେକିଙ୍ଗ ଭଳି ଲାଗିବ।ବାବୁଶାନ୍ ମହାନ୍ତି ଙ୍କ ସହ ଏହି ଫିଲ୍ମ୍ ରେ ଅମ୍ଳାନ ଦାସ, ଶିବାନୀ ସଙ୍ଗୀତା, ସୂର୍ୟମୟୀ କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ।ଏହି ଫିଲ୍ମ୍ ର ନିର୍ଦେଶକ ଭାର ୟଙ୍ଗ ଫିଲ୍ମ୍ ମେକର୍ ପ୍ରିଥିଭରାଜ୍ ପଟ୍ଟନାୟକ ଦେଇଥିବା ବେଳେ ପ୍ରାଯୋଜନ କରିଛନ୍ତି ରୀଙ୍କୁ କୁମାର ଜେନା,ଆଉ ସଙ୍ଗୀତ ଦେଇଛନ୍ତି ଗୌରବ ଆନନ୍ଦ। ଏହି ଫିଲ୍ମ୍ ଏହି ବର୍ଷ ଦଶହରା ରେ ଓଡ଼ିଆ,ହିନ୍ଦୀ 2 ଟି ଭାଷାରେ ଆସିବ।
ସେହି ପରି ଦୀର୍ଘ ତିନି ବର୍ଷ ପରେ ଅରିନ୍ଦମ ରୟ ତାଙ୍କର ଆଗାମୀ ଫିଲ୍ମ୍ "ରାମ" କୁ ନେଇକି ଇଣ୍ଡଷ୍ଟ୍ରି ଫେରୁଥିବା ବେଳେ ଏହି ଫିଲ୍ମ୍ କୁ ନିଦେଶର୍କ ଦେଉଛନ୍ତି ଅଶୋକ ପତି ,ସଙ୍ଗୀତ ଦେଇଛନ୍ତି ଆସାଦ ନିଜାମ୍ ଆଉ ଲିଙ୍କନ।ଏହି ଫିଲ୍ମ୍ ରେ ଅରିନ୍ଦମ ଙ୍କ ନାୟିକା ଭୂମିକାରେ ବଙ୍ଗୀୟ ଅଭିନେତ୍ରୀ ରୁପ୍ସା ମାଖୋପଦ୍ୟ ଥିବା ବେଳେ ଏହି ଫିଲ୍ମ୍ ଓଡ଼ିଆ, ବେଙ୍ଗଲୀ 2 ଟି ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି ଏଥର ଦଶହରା ରେ।ଏହାର ସୁଟିଙ୍ଗ ମଧ୍ୟ ଆରମ୍ଭ ହେଇସାରଛି।
ରଜରେ ଲଭ ଇନ୍ ଲଣ୍ଡନ ପରେ ଅନୁଭବ ମହାନ୍ତି ପୁଣି ଦଶହରା ରେ ଏକ ଆକ୍ସନ ନେଇକି ଆସୁଛନ୍ତି।ଆଉ ଏହି ଫିଲ୍ମ୍ ର ନା ରଖା ଯାଇଛି "ଚାରିଧାମ" । ଭାରତ ର 4ଟି ଧାମ ରେ ଏହି ଫିଲ୍ମ୍ ସୁଟିଙ୍ଗ ହବ ଆଉ ଏହି ଫିଲ୍ମ୍ କୁ ନିର୍ଦେଶକ ଦେଉଛନ୍ତି ତାପସ ସର୍ଘରିଆ। ଏପ୍ରଜ୍ୟନ୍ତ ଏହି ଫିଲ୍ମ୍ ର ଷ୍ଟାର କାଷ୍ଟ କିଛିବି ଘୋଷଣା କରାଯାଇନାହିଁ ।ଏହାର ସୁଟିଙ୍ଗ ଏହି ମାସ 10 ତାରିଖ କୁ ଆରମ୍ଭ ହବ ବୋଲି ଯାହା ଶୁଣିବାକୁ ମିଳୁଛି।
ସେହି ପରି ରଜରେ ଗୁଡୁ ଗ୍ୟାଙ୍ଗ ଷ୍ଟାର୍ ସଫଳତା ପରେ ସିଦ୍ଧାନ୍ତ ମହାପାତ୍ର ସାର ପୁଣି ଏକ ଦମଦାର ଆକ୍ସନ ସିନେମା କୁ ନେଇକି ଏଥର ଦଶହରା କୁ ଆସୁଛନ୍ତି।ଆଉ ଏହି ଫିଲ୍ମ୍ କାହାଣୀ କଟକ ର ଏକ ରିଅଲ ଘଟଣା ଉପରେ ଅଛି।ଏହି ଫିଲ୍ମ୍ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ,ଦେବାଶିଷ ମହାପାତ୍ର,ଅନୁ ଚୌଧୁରୀ,ପୁନମ ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରସନ୍ ଜୀତ କୁ ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ। ଏହି ଫିଲ୍ମ୍ ର ନିଦେଶର୍କ ଦେଉଛନ୍ତି ସୁଧାଂଶୁ ମୋହନ ସାହୁ ଆଉ ପ୍ରଯୋଜନା କରିଛନ୍ତି ପ୍ରିତମ ସାହୁ ।
ଏଥର ଦଶହରା କଉ ଫିଲ୍ମ୍ ଓଡ଼ିଆ ଦର୍ଶକ ଙ୍କୁ ପସନ୍ଦ ଆସୁଛି ତାହା ଦେଖିବାର ବାକି ରହିଲା ଆଉ ଆପଣ ମାନେ ଏହି ପରି ଓଲିଉଡ଼ ର ଖବର ପାଇଁ ଆମକୁ ଫୋଲୋ କରନ୍ତୁ।
ଜୟ ଜଗନ୍ନାଥ।
Comments
Post a Comment