ସାଉଥ୍ ସିନେମାକୁ ପଛରେ ପକେଇବାର କ୍ଷମତା ଅଛି ଏଇ ୫ ଟି ଓଡ଼ିଆ ଫିଲ୍ମ୍ ର।

Surya Filmy:  ଏବେ ସାରା ଭାରତ ରେ ସାଉଥ୍ ସିନେମା କମାଲ କରୁଛି। ବଲିଉଡ୍ ବଡ଼ ଷ୍ଟାର ଙ୍କ ଫିଲ୍ମ୍ ମଧ୍ୟ ସାଉଥ୍ ଫିଲ୍ମ୍ ଆଗରେ ମାତ୍ ଖାଇଯାଉଛନ୍ତି। ଏବେ regional ଫିଲ୍ମ ର ଦବ ଦବା ଚାଲିଥିବା ବେଳେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଟିକେ ପଛରେ ରହିଯାଇଛି କିନ୍ତୁ ଏଇ ବର୍ଷ "ଦମନ", ପ୍ରତିଶ୍କ୍ୟା,ଫାଲଗୁନ ଚୈତ୍ର ଭଳି ଭଲ ସିନେମା ଦେଖିବାକୁ ମିଳିଛି। ଦମନ ସିନେମା ସାରା ଭାରତ ରେ ସୁତ୍ରନ୍ତ୍ର ପରିଚୟ ହାସଲ କରିଥିବା ବେଳେ ଆଗକୁ ଆସୁଥିବା 5 ଟି ଓଡ଼ିଆ ଫିଲ୍ମ୍ ସାରା ଭାରତ ରେ ଚହଳ ପକେଇବ ବୋଲି ସମସ୍ତେ ଆସା ରଖିଛନ୍ତି।

      1- ଅନୁଭବ ମହାନ୍ତି ଙ୍କ ଆଗାମୀ ଫିଲ୍ମ୍ "ରାବଣ" 2ଟା ଭାଷାରେ ରିଲିଜ୍ ହବାକୁ ଯାଉଛ ଓଡ଼ିଆ ଆଉ ହିନ୍ଦୀ। "29" ପ୍ରଡନ୍କସନ ବ୍ୟାନର  ନିର୍ମିତ ଏଇ ଫିଲ୍ମ୍ ରେ ତାପସ ସର୍ଘାରିଆ ନିଦେର୍ଶକ ଭାର ତୁଲାଉ ଛନ୍ତି । ଏଇ ଫିଲ୍ମ୍  2024 ରେ ରିଲିଜ୍ ହେଇପାରେ ଯାହା ଖବର ରହିଛି ।

 2-  ବାବୁଶାନ୍ Mohanty ଏବଂ ଅମ୍ଳାନ ଦାସ ଙ୍କ ଷ୍ଟରେର ଫିଲ୍ମ୍ "Malyagiri" ଏଥର ଦୁର୍ଗାପୂଜାରେ ସାରା ଓଡ଼ିଶା ସହ ଅଲଗା ଭାଷାରେ ରିଲିଜ୍ କରିବାକୁ ନିର୍ମାଣ ସଂସ୍ଥା ଯୋଜନା କରିଛନ୍ତି । ଏଇ ଫିଲ୍ମ୍ ର କାହାଣୀ ଏକ ପର୍ବତ ଉପରେ ହେଇଥିବାରୁ ଫିଲ୍ମ୍ କୁ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ରହିଛି । ଏଇ ଫିଲ୍ମ୍ ର ନିର୍ଦେଶକ prp ଦେଇଥିବା ବେଳେ ଏହାର ସଙ୍ଗୀତ ନିର୍ଦେଶକ ଗୌରବ ଆନନ୍ଦ ଦେଇଛନ୍ତି। ଏଇ ଫିଲ୍ମ୍ raindrop produnction ଆଉ kvsentertainment  ନିର୍ମାଣ ଭାର ତୁଲାଇ ଛନ୍ତି। ଶିବାନୀ ସଙ୍ଗୀତା ଆଉ ସୂର୍ଯମୟୀ ନାୟିକା ଭୂମିକାରେ ଦେଖିବାକୁ ମିଳିବ ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏକ ଛୋଟ ଭୂମିକାରେ ଦେଖିବାକୁ ମିଳିବ।

3- ଏଥର ରକ୍ଷାବନ୍ଧନ ରେ ଅମ୍ଳାନ ଦାସ ଙ୍କ ଫିଲ୍ମ୍ "ଭାଇ" ରିଲିଜ୍ ହେବାକୁ ଯାଉଛି । ଏଇ ଫିଲ୍ମ୍ ର ଟିଜର ସାରା ଓଡ଼ିଶାରେ ଚହଳ ପକାଇଥିବା ବେଳେ ଏହାର ରିଲିଜ୍ କୁ ସାରା ଓଡ଼ିଶା ଅପେକ୍ଷା କରିବସିଛ। ଏଇ ଫିଲ୍ମ୍ କୁ "malyagiri" ର ନିର୍ଦେଶକ prp ଦେଇଥିବା ବେଳେ ଏଥିରେ ସଙ୍ଗୀତ ନିର୍ଦେଶକ ନବାବ ସରୋଜ ଦେଇଛନ୍ତି। ଅମ୍ଳାନ ସହ ଏଇ ଫିଲ୍ମ୍ ରେ ସୁଜିତ୍ ପାଇକରାୟ, ଅନନ୍ୟ ମିଶ୍ର ଆଉ ଦିବ୍ୟା କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।ଏଇ wedlines ଏଵଂ ଆମର ଷ୍ଟୁଡିଓ ମିଳିତ ଭାବେ ନିର୍ମାଣ ଭାର ତୁଲାଇ ଛନ୍ତି।

4- ପୁଷ୍କରା - ସବ୍ୟସାଚୀ ମିଶ୍ର ଙ୍କ ଏଇ ଫିଲ୍ମ୍ ଏକ ଉପନ୍ୟାସ ନାଦବିନ୍ଦୁ ବହିରୁ ଗୋଟେ ଚରିତ୍ର ଉପରେ ଷ୍ଟୋରି ରହିଥିବା ବେଳେ ଏଇ ଫିଲ୍ମ୍ କୁ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ ଭାର ତୁଲାଇ ଛନ୍ତି। ସବ୍ୟସାଚୀ ଙ୍କ ସହ ଏଥିରେ ନାୟିକା ଭୂମିକାରେ ସୁପ୍ରିୟା କୁ ଦେଖିବାକୁ ପାଇବେ । ଏଇ ଫିଲ୍ମ୍ ର ନିଦେର୍ଶକ ସୁବ୍ରାଂଶୁ ଦାସ ବଲିଉଡ୍ ରେ ବହୁତ୍ ବଡ଼ ଫିଲ୍ମ୍ ରେ ଆସିଷ୍ଟାଣ୍ଟ ଡାଇରେକ୍ଟର କାମ କରିସାରିଥିବା ବେଳେ ପ୍ରଥମ ଥର ଓଡ଼ିଆ ଫିଲ୍ମ୍ ରେ ନିଦେଶର୍କ ଦେଉଛନ୍ତି। ଏହାର ସଙ୍ଗୀତ ନିର୍ଦେଶକ ଶଶି ଭୂଷଣ ଗଡନାୟକ୍ ଦେଇଥିବା ବେଳେ ଏଇ ଫିଲ୍ମ୍ ର ରିଲିଜ୍ କେବେ ହବ ତାହାର କିଛି ସମୟ ଧାର୍ଯ୍ୟ କରାଯାଇନାହିଁ।

5-ବିଗୁଲ- ସାଇ ଦରବାର ଫିଲ୍ମ୍ ବ୍ୟାନର ନିର୍ମିତ ଏଇ ଫିଲ୍ମ୍ କୁ ଅଜୟ ପାଢ଼ୀ ନିଦେଷର୍କ ଦେଉଥିବା ବେଳେ ଏଇ ଫିଲ୍ମ୍ ରେ ସୁପ୍ରିୟା ନାୟିକା ଭୂମିକାରେ ଥିବାବେଳେ ଅନ୍ୟ କଳାକାର ମାନଙ୍କ ନାମ କିଛି ରିଭେଲ୍ କରାଯାଇନାହିଁ। 

Comments