ଓଡ଼ିଶାର ପୁଷ୍ପା ହବାକୁ ଯାଉଛି ଫିଲ୍ମ୍ "ମାଲ୍ୟଗିରି" ।ବାବୁଶାନ୍ ମହାନ୍ତି ଏବଂ ଅମ୍ଳାନ ଦାସ ଙ୍କ ଆଗାମୀ ଫିଲ୍ମ୍ ଏକା ସାଙ୍ଗରେ।

Surya ଫିଲ୍ମ: ଦକ୍ଷିଣ ଭାରତ ପୁଷ୍ପା ଫିଲ୍ମ୍ କାହାଣୀ ପରି ଆମ ଓଡ଼ିଶାରେ ବହୁତ୍ ଜଲଦି ସେଇ ପରି କିଛି ମୌଳିକ ଷ୍ଟୋରୀ କୁ ନେଇ ଫିଲ୍ମ୍ ତିଆରି ହଉଛ ଯାହାର ନାମ ରଖା ଯାଇଛି "Malyagiri"। ଏଇ ଫିଲ୍ମ୍ ର ଷ୍ଟୋରୀ ନୟାଗଡ ଜିଲ୍ଲା ରେ ଥିବା ଏକ ପର୍ବତ ନାମ ରେ ରଖା ଯାଇଛି। ଆଉ ବହୁତ୍ ବଡ଼ ଷ୍ଟାର କାଷ୍ଟ ଏଇ ଫିଲ୍ମ୍ ରେ ନିଆ ଯାଇଛି।
       
           ଏଇ ଫିଲ୍ମ୍ 3 ଭାଗ ରେ ମୁକ୍ତିଲାଭ କରିବାକୁ  ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଭାଗ କୁ ଯଦି ଦର୍ଶକ ମାନଙ୍କର ଭଲ ପାଇବା   ହେଲେ ଏହାର ସିକ୍ୱେଲ ଆମକୁ ଦେଖିବା ପାଇଁ ମିଳିପାରେ। ଏଇ ଫିଲ୍ମ୍ ରେ ପ୍ରଥମ ଥର ପାଇଁ  "ବାବୁଶାନ୍ ମହାନ୍ତି" ଏବଂ "ଅମ୍ଳାନ ମହାନ୍ତି" ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ଲିଡ୍ ହିରୋଇନ୍ ଭାବେ "ଶିବାନୀ ସଙ୍ଗୀତ" ଆଉ "ସୂର୍ୟମୟୀ"  ନଜର ଆସିବେ ।
      
               ଆପଣ ମାନଙ୍କ ପାଇଁ ଏଇ ଫିଲ୍ମ୍ ରେ ଗୋଟେ surprise ବି ଅଛି। ଯାହା ସୂଚନା ଅଛି "ସିଦ୍ଧାନ୍ତ ମହାପାତ୍ର" ଏହି ଫିଲ୍ମ୍ ରେ ବି ଅଛନ୍ତି କିଛି ସିନ ରେ। ଫିଲ୍ମ୍ ର ସୁଟିଂ ଏପ୍ରିଲ ମାସରେ କିଛି ପରିମାଣରେ ସରିଥିବା ବେଳେ କିଛି କାରଣ ପାଇଁ ଫିଲ୍ମ୍ ର ସୁଟିଂ ବନ୍ଧ ଥିଲା। ଏଇ ମାସ ଶେଷ ସୁଦ୍ଧା ଫିଲ୍ମ୍ ର ବାକି ରହିଥିବା ସୁଟିଂ ଷ୍ଟାର୍ଟ ହେଇ ପାରେ। 
               
                 "Malyagiri" ଫିଲ୍ମ୍ ସାରା ବିଶ୍ବରେ ମୁକ୍ତିଲାଭ କରିବାକୁ ପ୍ରଯୋଜନା ସଂସ୍ଥା ଯୋଜନା କରିଥିବା ବେଳେ ଏଇ ଫିଲ୍ମ୍ ଏଥର ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି । Malyagiri ଫିଲ୍ମ୍ ର ଆଗ ଡାଇରେକ୍ଟର ଶିଶିର କୁମାର ସାହୁ ଏବଂ ତାଙ୍କ ସ୍ତ୍ରୀ ପିନାକୀ ସିଂ ଥିବା ବେଳେ କିଛି କାରଣ ଯୋଗୁ ବାକି ଥିବା ଫିଲ୍ମ୍ ର ସୁଟିଂ କୁ "ଗୁପଚୁପ" ଫିଲ୍ମ୍ ର ଡାଇରେକ୍ଟର "prp" ବାକି ଥିବା shoot ର direction ଦେଇପାରନ୍ତି।

             ଫିଲ୍ମ୍ ର ସଙ୍ଗୀତ ନିର୍ଦେଶକ "ଗୌରବ ଆନନ୍ଦ" ଦେଇଥିବା ବେଳେ । ଗୀତ ଗୁଡ଼ିକୁ ଓଡ଼ିଶାର ଆଗ ଧାଡ଼ିର କଣ୍ଠ ଶିଳ୍ପ ମାନେ ଗାଇଛନ୍ତି ।"ବାବୁଶାନ୍ ମହାନ୍ତି" ଏଇ ଫିଲ୍ମ୍ ରେ ଗୋଟେ ଗୀତ ରେ କଣ୍ଠ ଦାନ କରିଛନ୍ତି । ଏଇ ଫିଲ୍ମ୍ କୁ ଦର୍ଶକ ଙ୍କ ଭଲ ପାଇବା ମିଳିବ ବୋଲି ଆମର ଆଶା ଆଉ ଆଖଙ୍କ୍ୟା ।
       #odiamovie #Babushanmohanty #ଅମ୍ଳାନ

Comments