2004 ରେ ମୁକ୍ତିଲାଭ କରିଥିବା ଅନୁଭବ ଙ୍କ ସୁପର ହିଟ ସିନେମା " I Love you -2 " ବହୁତ୍ ଜଲଦି ଆସିବାକୁ ଯାଉଛି ।

Surya Filmy: 2004 ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଫିଲ୍ମ୍ "ଆଇ ଲଭ୍ ୟୁ" ସାରା ଓଡ଼ିଶାରେ 100 ଦିନ ରୁ ଅଧିକ ଚାଲିଥିଲା।ଏଇ ସିନେମା ରୁ ସୁପରଷ୍ଟାର ଅନୁଭବ ମହାନ୍ତି ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ସେତେବେଳେ ଓଡିଶରେ ଖାଲି ଫେମିଲି ଡ୍ରାମା ଫିଲ୍ମ ହେଉଥିବାବେଳେ ବ୍ରଜରାଜ ବେନର ପ୍ରଥମ ଥର ଗୋଟେ ଲଭ ଷ୍ଟୋରୀ ଉପରେ ଫିଲ୍ମ୍ କରିଥିଲେ। 

        ଏଇ ଫିଲ୍ମରେ "harapatnaik" ନିଦେର୍ଶକ ଦେଇଥିବା ବେଳେ ପ୍ରଯୋଜନା ଟୁଟୁ ନାୟକ କରିଥିଲେ।ଏଇ ଫିଲ୍ମ୍ ର ଗୀତ ସବୁଠୁ ବଡ଼ ହିଟ ହେଇଥିଲା ଏଥିରେ ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକ ଦେଇଥିଲେ । "ଆଇ ଲଭ୍ ୟୁ" ଫିଲ୍ମ୍ ଓଡ଼ିଶାର ଅଧିକ ଚାଲିଥିବା ଫିଲ୍ମ୍ ଥିଲା ଏପ୍ରଯ୍ୟନ୍ତ। 2004 ରେ ଏଇ ଫିଲ୍ମ୍ କୁ ମାତ୍ର 20 ଲକ୍ଷ୍ ବଜେଟ ରେ ତିଆରି ହେଇଥିବା ବେଳେ box ଅଫିସରେ ତାବଡ ତୋଡ 2 କୋଟି ରୁ ଅଧିକ କମେଇଥିଲା।

      ଏଇ ଫିଲ୍ମ୍ ର ସିକ୍ବେଲ ଲୋକ କେବେ ଆସିବ ବୋଲି ଅପେକ୍ଷା କରିଥିବା ବେଳେ ଏହାର ପ୍ରଯୋଜନା ସଂସ୍ଥା ତରଫ ରୁ ଗୋଟେ ଖୁସି ଖବର ମିଳିଛି।ଏହାର ପ୍ରଯୋଜକ "ଟୁଟୁ ନାୟକ " ଏକ ଫିଲ୍ମ୍ ଅଡିଓ ରିଲିଜ୍ ଇଭେଣ୍ଟ ଏହାର ସିକ୍ବେଲ୍ 2024 ରେ ଆସିବ ବୋଲି ଘୁଷଣା କରିଛନ୍ତି। ସେ କହିଛନ୍ତି ଏଇ ଫିଲ୍ମ୍ ସେଇ ତାରିଖ ରେ ରିଲିଜ୍ ହେବ ଜଉ ତାରିଖ ରେ part 1 ଆସିଥିଲା କିନ୍ତୁ 2024 ରେ। 20 ବର୍ଷ ପରେ ଏଇ ଫିଲ୍ମ୍ ର ସିକ୍ୱେଲ୍ ରେ ବି ଅନୁଭବ ମହାନ୍ତି ନାୟକ ଭୂମିକାରେ ଥିବାବେଳେ ନାୟିକା କିଏ ହେବା କିଛି ଘୂଷଣା କରାଯାଇନାହିଁ।

          

Comments